ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ ସମେତ ଅନେକ ରାଜ୍ୟରେ ଲଗାତାର କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି। ଫଳରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିନ୍ତା ବଢ଼ିଯାଇଛି। ଏହି ପରିପ୍ରେକ୍ଷୀରେ ଗତକାଲି ସୁଦ୍ଧା ଦେଶରେ ଆଉ ୨୬,୨୯୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୧୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ନୂଆ କରୋନା ସଂକ୍ରମଣ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ୩୩୯କୁ ବୃଦ୍ଧି ପାଇଛି। ଦେଶରେ ଗତ ୨୪ ଘଣ୍ଟାରେ ୧୭,୪୫୫ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ କରୋନା ସୁସ୍ଥ ସଂଖ୍ୟା ୧ କୋଟି ୧୦ ଲକ୍ଷ ୭ ହଜାର ୩୫୨ରେ ପହଞ୍ଚିଛି।
ବର୍ତ୍ତମାନ ଦେଶରେ ୨ ଲକ୍ଷ ୧୯ ହଜାର ୨୬୨ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧ ଲକ୍ଷ ୫୮ ହଜାର ୭୨୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟପଟେ କରୋନା ମୁକାବିଲା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୨ କୋଟି ୯୯ ଲକ୍ଷ ୮ ହଜାର ୩୮ ଜଣ କରୋନା ଟିକା ନେଇସାରିଲେଣି।