ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସୁଳିଆମାଲ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ମହାନନ୍ଦଙ୍କ ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଆରସିସୀ ନାରାୟଣ ଭୋଇ, ମୁଖବକ୍ତା ଭାବେ ଏବିଇଓ ମହାଦେବ ମିଶ୍ର, ସମ୍ମାନିତ ଅତିଥି ଭାବେ ତାଳବାହାଲ ସରପଞ୍ଚ ନନ୍ଦି କିଶୋର ବଗର୍ତ୍ତି, ସିଆରସିସି ଉପେନ୍ଦ୍ର ବେହେରା, ଡୁମେରମୁଣ୍ଡା ସ୍କୁଲର ପ୍ରଧାନଶିକ୍ଷକ ଅଗସ୍ତି ଚରଣ ଦୀପ ଓ କମିଟିର ସଭାପତି ହରି ବନ୍ଧୁ ଚଉଲିଆ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଯଶୋବନ୍ତ କଅଁର, ସୁରେନ୍ଦ୍ର କଲତା, ପ୍ରଶ୍ନ କୁମାର ପ୍ରଧାନ, ସୁଦାମ ମାଝୀ, ସୁବାଷ ମାଝୀ, ସୀତାରାମ ରଣା ଓ ଦେବେତ୍ରୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନନ୍ତ ବଗର୍ତ୍ତି ଧନ୍ୟବାଦ ଦେଇଥିଲେ ।