୮୦ ଜାଗାରେ ୧୫୦ ଗତିରେ କାମ ହେବ : କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ଆଜି ବିଧାୟକ ଦଳର ବୈଠକ ଡକାଇଥିଲେ । ବୈଠକ ପରେ କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀରେ କାମ ଅଟକିବନି । ଆତିଶୀ ଓ ସୌରଭ ଭାରଦ୍ୱାଜ ମନ୍ତ୍ରୀ ହେବେ। ମଦ ନୀତିରେ କୌଣସି ଘୋଟାଲା ହୋଇନାହିଁ । ଆପ ସରକାରକୁ ରୋକିବାକୁ ଚେଷ୍ଟା କରାଯାଇଛି । ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଦିଲ୍ଲୀର କାମ ଅଟକିଯାଉ । କାରଣ ଯେଉଁ କାମ ଆମେ କରୁଛୁ ସେମାନେ କଦାପି କରିପାରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଆମେ ୨ଜଣ ମନ୍ତ୍ରୀଙ୍କୁ ବଦଳାଇ ଦେଇଛୁ । ଉଭୟ ସୌରଭ ଓ ଆତିଶୀ ପାଠପଢ଼ୁଆ ଲୋକ । ଆମେ ଆହୁରି ୨ଗୁଣା ଗତିରେ କାମ କରିବୁ । ପୂର୍ବରୁ ଯଦି ୮୦ ଗତିରେ କାମ ହେଉଥିଲା ଏବେ ତାହା ୧୫୦ରେ ହେବ ।