ଷ୍ଟାଲିନଙ୍କ ରାଲିରେ ସାମିଲ ହେଲେ ଖଡ଼ଗେ ଓ ଅଖିଳେଶ

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଜି ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଦଳ ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଏଥିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ଅନେକ ବିଶିଷ୍ଟ ନେତା ସାମିଲ ହୋଇଥିଲେ ।

ରାଲିକୁ ସମ୍ବୋଧିତ କରି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ସମସ୍ତ ସମାନ ଚିନ୍ତାଧାରାଯୁକ୍ତ ବିରୋଧୀ ଦଳକୁ ବିଭାଜନକାରୀ ଶକ୍ତି ବିରୋଧରେ ଏକତ୍ରିତ ହେବାକୁ ପଡ଼ିବ । କିଏ ନେତୃତ୍ୱ ନେବ କିମ୍ବା କିଏ ପ୍ରଧାନମନ୍ତ୍ରୀ ହେବ ମୁଁ ସେକଥା କେବେ ବି କହିନାହିଁ । ମୁଁ ଚାହୁଁଛି ଆମେ ସମସ୍ତେ ଏକତ୍ରିତ ହୋଇ ଲଢ଼ିବା ଉଚିତ ।