କୃଷି ଆଇନକୁ ବିରୋଧ କରି ୧୫ ଶହରୁ ଅଧିକ ଜିଓ ଟାୱାରକୁ ଅଚଳ କଲେ ଚାଷୀ

ନୂଆଦିଲ୍ଲୀ,ଏଜେନ୍ସି: କୃଷି ଆଇନକୁ ବିରୋଧ କରି ପଞ୍ଜାବରେ ୧୫ ଶହ ଟାୱାର ନଷ୍ଟ କଲେ ଚାଷୀ। ୯ ହଜାର ଟେଲିକମ ଟାୱାରରୁ ୧୫ ଶହ ଟାୱରକୁ ଅଚଳ କରିବା ପରେ ଟେଲିକମ ସେବା ବ୍ୟାଘାତ ହୋଇଛି।

ଟାୱାରକୁ ଯେଗାଯାଉଥିବା ବିଦ୍ୟୁତ୍ ସଂଯୋଗକୁ ଚାଷୀ ମାନେ ବନ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏହି କୃଷି ଆଇନ ଦ୍ୱାରା ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମି ଆଦାନୀ ଲାଭବାନ ହେବେ ଅଭିଯୋଗ ଆଣି ପଞ୍ଜାବ ଜିଓ ଟାୱାର ଓ ଗୌତମ ଆଦାନୀଙ୍କ ନିର୍ମାଣ କାମକୁ ଚାଷୀମାନେ ନଷ୍ଟ କରିଦେଇଛନ୍ତି। ସେହିପରି ଟାୱାର ନିକଟରେ ଥିବା ଜେନେରେଟରକୁ ଜୋରଜବରଦସ୍ତି ନେଇ ଗୁରୁଦ୍ୱାରକୁ ଦାନ କରି ଦେଉଛନ୍ତି। ଶନିବାର ପର୍ଯ୍ୟନ୍ତ ୧୪୧୧ ମୋବାଇଲ ଟାୱାର ନଷ୍ଟ କରାଯାଇଥିଲା। ସୋମବାର ସୁଦ୍ଧା ଏହା ୧୫୦୦ ପାର କରିଛି।

ସେପଟେ, ବିବାଦ ବଢିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଟେଲିଫୋନ ଟାୱାରକୁ ଭଙ୍ଗାରୁଜ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସାଧାରଣ ଲୋକଙ୍କୁ ଚାଷୀମାନେ ଅସୁବିଧାର ପକାଇବା ଭଳି କାର୍ଯ୍ୟ ନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ଅନ୍ୟପଟେ ଏକତା ନଗରରେ ଟେଲିଫୋନ ଟାୱାରରେ କିଛି ଲୋକ ଭଙ୍ଗାରୁଜା କରିଥିଲେ। କୃଷି ଆଇନ ବିରୋଧରେ ଚାଷୀ ଏପରି କରୁଥିବା ଅଭିଯୋଗ ହୋଇଛି। ହେଲେ ଏହି ଭଙ୍ଗାରୁଜାରେ ଚାଷୀ ସମ୍ପୃକ୍ତ ନଥିବା ଚାଷୀମାନେ କହିଛନ୍ତି।