ପୁଲିସ ଗୁଳି ମାଡ଼ରେ ୨ ମହିଳା ମାଓବାଦୀ ନିପାତ

ଦାନ୍ତେୱାଡ଼ା,ଏନ୍ଏନ୍ଏସ୍: ଛତିଶଗଡ଼ରେ ସୁରକ୍ଷାବଳଙ୍କ ଗୁଳି ମାଡ଼ରେ ୨ ମହିଳା ମାଓବାଦୀ ନିପାତ ହୋଇଛନ୍ତି। ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ମାଓବାଦୀ ଲୁଚିଥିବା ରହିଥିବା ଖବରପାଇ ପୁଲିସ କମ୍ବିଂ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ପୁଲିସ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ ନକ୍ସଲ। ଏହାର ପ୍ରତି ଉତ୍ତରରେ ପୁଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ଏଥିରେ ୱାଣ୍ଟେଡ୍ ମହିଳା ମାଓବାଦୀ ଇଜେ ମରକୋମ୍ ଓ ମାଲାଙ୍ଗିରିଙ୍କ ମୃତ୍ୟୁ ହୋଇଛି। ଇଜେଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ମଲାଙ୍ଗିରି ଏରିଆ କମିଟି ମାଓ ସଂଗଠନର ସଦସ୍ୟ ଥିଲେ।

ତେବେ ଏହି ଏନକାଉଣ୍ଟର ବେଳେ ଖସି ପଳାଇଛନ୍ତି କିଛି ଦୁର୍ଦ୍ଦାନ୍ତ ମାଓବାଦୀ। ଅପରେସନ୍ ପରେ ଘଟଣାସ୍ଥଳରୁ ବ୍ୟାପକ ପରିମାଣର ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଛି। ମାଓବାଦୀମାନେ କିଛି ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି।