ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ମଧ୍ୟରେ ଆଜି ପୁଣିଥରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଘରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ପିୟୁଷ ଗୋୟେଲ ଉପସ୍ଥିତ ଥିଲେ। ଏହି ଅବସରରେ ୩ ମନ୍ତ୍ରୀ ମଙ୍ଗଳବାର କୃଷି ନେତାଙ୍କ ସହ ହୋଇଥିବା ଆଲୋଚନା ସମ୍ବନ୍ଧରେ ମନ୍ଥନ କରିଥିଲେ।
ବିଶେଷ ସୁତ୍ରରୁ ଜଣାପଡ଼ିଛି ଯେ, କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରଣାଳୟର ସଚିବସ୍ତରର ଅଧିକାରୀ ପ୍ରଦର୍ଶନ କରୁଥିବା କୃଷକଙ୍କୁ ବୁଝାଇବା ସହ ମନାଇବାକୁ ଚେଷ୍ଟା କରିବେ। ଏହି ସଚିବଙ୍କ ମଧ୍ୟରେ କୃଷି, ଗୃହ ଓ ଉପଭୋକ୍ତା ମନ୍ତ୍ରଣାଳୟର ଅଧିକାରୀ ସାମିଲ ହେବେ।