ଭୁବନେଶ୍ୱର,ଏନ୍ଏନ୍ଏସ୍: ସାଧାରଣ ଲୋକେ ସମସ୍ତ ଜରୁରୀ ସେବା ପାଇଁ ଏବେ ଗୋଟିଏ ହେଲ୍ପଲାଇନ ନମ୍ବର ଡାଏଲ କରିବେ। ପୁଲିସ, ଆମ୍ବୁଲାନ୍ସ, ଦମକଳ, ମହିଳା ହେଲ୍ପଲାଇନ ଭଳି ବିଭିନ୍ନ ସେବା ପାଇଁ ୧୧୨କୁ ଫୋନ୍ କରିବାକୁ ପଡ଼ିବ। ୧୦୦, ୧୦୧, ୧୦୨, ୧୦୪ ଓ ୧୦୮କୁ ଏକୀଭୂତ କରି ୧୧୨ ହୋଇଛି। ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ପୁଲିସ ବିଭାଗର ସମସ୍ତ ସହାୟତା ପାଇଁ ୧୧୨ ଡାଏଲ କରିହେବ। ୧୧୨ ସେବାରେ ନିୟୋଜିତ ହେବେ ୪ ଡିଏସପି , ୧୫୧ ଏସଆଇ, ୨୦୩ଏଏସଆଇ ଓ ୭୪୦ କନେଷ୍ଟବଳ।