ଝାରସୁଗୁଡ଼ାରୁ ପୁଣି ୧୬ କରୋନା ପଜିିଟିଭ ଚିହ୍ନଟ : ଜଣେ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ମୃତକ ଜଣକ ୭୧ ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ ପୂର୍ବରୁ ମଧୁମେହ, କରୋନାରି ଅରଟେରୀ ଡିଜିଜ(ସିଏଡି) ଏବଂ କରୋନାରୀ ଅରଟେରୀ ବାଇପାସ ଗ୍ରାଫ୍ଟରେ ପୀଡିତ ଥିବା ସୂଚନା ମିଳିଛି। ଅନ୍ୟପଟେ ଜିଲ୍ଲାରେ ଆଜି ପୁଣି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଂଚଳରୁ ୫ଜଣ, ବେଲପାହାଡ଼ ପୌରାଂଚଳ, ଲଖନପୁର ଓ କୋଲାବିରା ବ୍ଲକରୁ ୩ଜଣ ଲେଖାଏଁ ଓ ଝାରସୁଗୁଡ଼ା ବ୍ଲକ ଅଂଚଳରୁ ୨ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। କିର୍ମିରା ବ୍ଲକରୁ କେହି ପଜିଟିଭ ଚିହ୍ନଟ ହୋଇନଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୧୧କୁ ପହଂଚିଥିବା ବେଳେ ୭,୦୫୮ ସୁସ୍ଥ ହୋଇଛନ୍ତି ଏବଂ ୧୨୯ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୪ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।