ମୃତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଟଙ୍କା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ମୃତ କୋଭିଡ ଯୋଦ୍ଧା ଶରତ ଚନ୍ଦ୍ର ପୋଢ଼ଙ୍କ ପରିବାରବର୍ଗଙ୍କୁ ଆଜି ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶି ପ୍ରଦାନ କରାଯାଇଛି।ଶ୍ରୀ ପୋଢ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଥିଲେ। ଆଉ ରୋଗୀଙ୍କ ସେବା କରିବା ସମୟରେ କରୋନାରେ ଶିକାର ହୋଇ ପ୍ରାଣ ହରାଇଥିଲେ। ପରେ ତାଙ୍କ ପରିବାର ଅତି ଦୁଃଖ କଷ୍ଟରେ ଜୀବନଯାପନ କରୁଥିବାବେଳେ ଆଜି ତାଙ୍କୁ କରୋନା ଯୋଦ୍ଧାର ସମ୍ମାନ ଦିଆଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଜଗଦୀଶ ଚନ୍ଦ୍ର ବାରିକ ଶରତଙ୍କ ପତ୍ନୀଙ୍କୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି।