ମହାକାଶକୁ ଗଲା ଦୂରସଞ୍ଚାର ଉପଗ୍ରହ ସିଏମଏସ୍-୦୧

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ଶ୍ରୀହରିକୋଟାର ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ରରୁ ପିଏସଏଲଭି-୫୦ ଯାନ ଦ୍ୱାରା ଆଜି ୩ଟା ୪୧ମିନିଟରେ ସିଏମଏସ୍-୦୧କୁ ମହାକାଶକୁ ପଠାଯାଇଛି। ଦୂରସଞ୍ଚାର ଉପଗ୍ରହ ସିଏମଏସ୍-୦୧କୁ ପିଏସଏଲଭି-୫୦ ଯାନ ଦ୍ୱାରା ପ୍ରକ୍ଷେପିତ ହେବାର ୨୫ ଘଣ୍ଟା ପରେ ଓଲଟା ଗଣନା ବୁଧବାରଠାରୁ ଆରମ୍ଭ ହେବ। ଏହା ହେଉଛି ପିଏସଏଲଭିର ୫୨ତମ ଅଭିଯାନ।