ନୂଆଦିଲ୍ଲୀ: ଆସନ୍ତାକାଲି କୃଷକଙ୍କ ତରଫରୁ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ଏହି ବନ୍ଦକୁ କଂଗ୍ରେସ ସମେତ ଦେଶର ୧୧ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କିନ୍ତୁ ପ୍ରଦର୍ଶନ ସମୟରେ ନିଜ ପାର୍ଟି ପତାକାକୁ ବ୍ୟବହାର ନ କରିବା ପାଇଁ କୃଷକ ଚେତାବନୀ ଦେଇଛନ୍ତି।
ଦିଲ୍ଲୀ-ହରିୟାଣାସ୍ଥିତ ସିଂଘୁ ବର୍ଡରରେ କୃଷକ ନେତା ଡା. ଦର୍ଶନ ପାଲ କହିଛନ୍ତି ଯେ, କାଲି ପୁରା ଦିନ ଭାରତ ବନ୍ଦ ରହିବ। କିନ୍ତୁ ଚକ୍କା ଜାମ୍ ଅପରାହ୍ନ ୩ଟା ପର୍ଯ୍ୟନ୍ତ କରାଯିବ। ଏହା ଶାନ୍ତିପୂର୍ଣ୍ଣ ଉପାୟରେ ହେବ। ଆମେ କୌଣସି ରାଜନୈତିକ ଦଳର ନେତାଙ୍କୁ ଆମ ମଞ୍ଚ ବ୍ୟବହାର କରିବାକୁ ଦେବୁନାହିଁ।
ଅନ୍ୟଜଣେ କୃଷକ ନେତା ବଲବୀର ସିଂହ କହିଛନ୍ତି ଯେ, ସରକାରଙ୍କୁ ଆମ ଦାବି ମାନିବାକୁ ପଡ଼ିବ। ଆମେ ନୂଆ କୃଷି ଆଇନ ଫେରାଇ ନେବାଠୁ କମ୍ କିଛି ଚାହୁଁନାହୁଁ। ମଙ୍ଗଳବାର ୩ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିଲେ ବି ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ। ଭାରତ ବନ୍ଦକୁ ଲାଗୁ କରିବା ପାଇଁ କାହାରି ଉପରେ ଚାପ ନପକାଇବା ପାଇଁ ମୁଁ କୃଷକଙ୍କୁ ଆଦେବନ କରୁଛି।