୬୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଜୟପୁର,ଏନ୍ଏନ୍ଏସ୍ : ଜୟପୁର ସଦର ପୁଲିସ୍ ୧୨୯କିଲୋ ୫୦୦ ଗ୍ରାମ ଗଞ୍ଜେଇ ଓ ୨ଟି କାର୍ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବଲବୀର ରଣା(୩୮) ଏବଂ ସନ୍ଦୀପ କୁମାର(୨୭)। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୫ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ୨ଟି କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା। ସୂଚନା ମୁତାବକ ସବଇନ୍ସପେକ୍ଟର ପି କେ ମହାନ୍ତି ଓ ଅନ୍ୟମାନେ ଚୋରା ଗଞ୍ଜେଇ ଚାଲାଣ ଗାଡ଼ିକୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଗାଡ଼ି ୨ଟି ଆସିବା କ୍ଷଣି ପୁଲିସ୍ ଟିମ୍ ପହଞ୍ଚିି କାରରୁ ୧୨୯ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା।