ଥାନା ଭାରପ୍ରାପ୍ତ ନିରୀକ୍ଷକଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକଙ୍କ ନାମରେ ଏକ ନକଲି ଫେସବୁକ ଆକାଉଣ୍ଟ ତିଆରି କରାଯାଇଛି। ଦୁର୍ବୃତ ଜଣକ  ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗଙ୍କ ନାମରେ ଏକ ନକଲି ଫେସବୁକ କରି ସାଥି ହେବାପାଇଁ ଅନୁରୋଧ କରୁଛି ଓ  କୌଣସି କାରଣ ଦର୍ଶାଇ ଅର୍ଥର ଆବଶ୍ୟକତା ଥିବା କହି ଟଙ୍କା ମାଗୁଛି। ଏହା ଜଣାପଡ଼ିବା ପରେ ଶ୍ରୀନାଗ ସମସ୍ତ ଫେସବୁକ ବନ୍ଧୁଙ୍କୁ ଉକ୍ତ ଆଇଡି ଟି ମିଥ୍ୟା  ଓ ଏହା ତାଙ୍କର ଆଇଡି ନୁହେଁ ବୋଲି ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ ଦୁର୍ବୃତର ପ୍ରରୋଚନାରେ ଆସି ତାକୁ ଟଙ୍କା ନ ପଠାଇବାକୁ ଅନୁରୋଧ କରି ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ।