ଦୁଇ ପରିବାର ମଧ୍ୟରେ ସଂଘର୍ଷ : ୨ ମୃତ, ୬ ଆହତ

ବ୍ରହ୍ମଗିରି,ଏନ୍ଏନ୍ଏସ୍: ବ୍ରହ୍ମପୁର ଥାନା ଡିମିରିଶେଣା ହରିଜନ ସାହିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ପାଣି ପାଇପ୍ ପକାଇବାକୁ କେନ୍ଦ୍ର କରି ଏଭଳି ଘଟିଛି। ଏହି ଘଟଣାରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି।

ସୂଚନା ଅନୁସାରେ, ଡିମିରଶେଣା ହରିଜନ ସାହିର ଦୁଇ ପରିବାର ପାଣି ପାଇପକୁ ନେଇ ଆଜି ସକାଳେ ପାଟିତୁଣ୍ଡ କରିଥିଲେ। ତେବେ ଏହି ପାଟିତୁଣ୍ଡ ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା। ଏହାପରେ ସଂଘର୍ଷ ଘଟି ଜଣେ ତେଣ୍ଟା ମାଡ଼ରେ ଏବଂ ଆଉ ଜଣେ ଟାଙ୍ଗିଆ ମାଡ଼ରେ ପ୍ରାଣହରାଇଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ୬ ଆହତଙ୍କୁ ରେବଣାନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।