ପୁଣି ୨୫୪୬ କରୋନା ପଜିଟିଭ ଚିହ୍ନଟ, ୧୬ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୨୫୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚିଛି। ଏଥିମଧ୍ୟରୁ ୧୫୦୪ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୦୪୨ଜଣ ସ୍ଥାନୀୟ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି।

ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅନୁଗୁଳରୁ ୨୦୮ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୧୦୩, ବରଗଡରୁ ୯୨, ଭଦ୍ରକରୁ ୩୪, ବଲାଙ୍ଗିରରୁ ୮୫, ବୌଦ୍ଧରୁ ୩୭, କଟକରୁ ୧୩୪, ଦେବଗଡରୁ ୧୪, ଢେଙ୍କାନାଳରୁ ୨୫, ଗଜପତିରୁ ୧୦, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୮୬, ଯାଜପୁରରୁ ୯୦, ଝାରସୁଡାରୁ ୫୭, କଳାହାଣ୍ଡିରୁ ୭୫, କନ୍ଧମାଳରୁ ୪୯, କେନ୍ଦ୍ରାପଡାରୁ ୭୫, କେନ୍ଦୁଝରରୁ ୪୩, ଖୋର୍ଦ୍ଧାରୁ ୪୧୦, କୋରାପୁଟରୁ ୭୨, ମାଲକାନଗିରିରୁ ୨୭, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୬୦, ନୟାଗଡରୁ ୪୮, ନୂଆପଡାରୁ ୮୮, ପୁରୀରୁ ୭୦, ରାୟଗଡାରୁ ୨୧, ସମ୍ବଲପୁରରୁ ୮୪, ସୋନପୁରରୁ ୪୮, ସୁନ୍ଦରଗଡରୁ ୧୬୧, ଷ୍ଟେଟପୋଲରୁ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଛି।