କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ପୁଲିସର ମିଳିତ ଉଦ୍ୟମରେ ପର୍ୟ୍ୟାପ୍ତ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ମାଲକାନଗିରି ଜିଲ୍ଲା କୁଡ଼ୁମୁଲୁଗୁମା ତହସିଲ ଅଧୀନରେ ଥିବା ମଜୁରଲେଣ୍ଡି ଓ ପରଜାପଦର ଗ୍ରାମର ୭୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ମିଳିତ ଚଢ଼ଉ କରିଥିଲେ। ଏହି ଚଢ଼ଉରେ ୧ଲକ୍ଷ ୧୨ ହଜାର ୫୦୦ ଗଞ୍ଜେଇ ଗଛ ନଷ୍ଟ ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଏହାର ଅନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଅଶୋକ ସେଠ ସୂଚନା ଦେଇଛନ୍ତି। ଏହି ମିଳିତ ଅପରେସନରେ ଅବକାରୀ ବିଭାଗ ଇନ୍ସପେକ୍ଟର ଗଙ୍ଗା ପାଇକରାୟ, ଓଆଇସି ଜଗା ରାଓ, ଦିଲ୍ଲୀପ ନାୟକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହିତ କୁଡ଼ୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ୍ ଚନ୍ଦ୍ର ମହାରଣା ଏବଂ ତାଙ୍କର ୩୦ରୁ ଉର୍ଦ୍ଧ ସହଯୋଗୀ ସାମିଲ ହୋଇଥିଲେ।