ଆଜି ଅକ୍ଷୟଙ୍କୁ ଭେଟିବେ ଯୋଗୀ

ମୁମ୍ବାଇ: ଉତ୍ତରପ୍ରଦେଶରେ ଫିଲ୍ମସିଟି ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରସୋରରେ ଲାଗି ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଜି ଖିଲାଡ଼ି ଅକ୍ଷୟ କୁମାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ଯୋଗୀ ୭ଟା ୩୦ରେ ମୁମ୍ବାଇ ପହଞ୍ଚିବେ। ସେଠାରୁ ସିଧାସଳଖ ଓବେରୟ ହୋଟେଲ ପହଞ୍ଚି ଅକ୍ଷୟଙ୍କୁ ସାକ୍ଷାତ କରିବେ। ଏହି ସମୟରେ ବମ୍ବେ ଷ୍ଟୋକ ଏକ୍ସଚେଞ୍ଜରେ ଲକ୍ଷ୍ନୌ ନଗର ନିଗମର ବଣ୍ଡ ଲଞ୍ଚ କରିବେ। ଏଥିସହିତ ନିବେଶକଙ୍କ ସହ ଉତ୍ତରପ୍ରଦେଶରେ ନିବେଶ କରିବାକୁ ନେଇ ଚର୍ଚ୍ଚା କରିବେ। ସାକ୍ଷାତ ପରେ ଯୋଗୀ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ ସମ୍ଭାବନା ରହିଛି। ଏସବୁ କାର୍ଯ୍ୟକ୍ରମ ସରିବା ପରେ ବୁଧବାର ଯୋଗୀ ଲକ୍ଷ୍ନୌ ଫେରିଯିବେ।