କୋରାପୁଟ,ଏନ୍ଏନ୍ଏସ୍: ଡିଭିଏଫ୍ ଓ ବିଡିଡି ଯବାନ ମାଓ ଅଧ୍ୟୁଷିତ ନାରାୟଣପାଟଣା ଅଞ୍ଚଳରେ କୁମ୍ବିଂ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରିଥିବା ଏସପି ବରୁଣ ଗୁଣ୍ଠୁପାଲ୍ଲି ସୂଚନା ଦେଇଛନ୍ତି। ନାରାୟଣପାଟଣା ଥାନା ଅନ୍ତର୍ଗତ କେନ୍ଦାବୋରିଗି, ମଙ୍ଗଲପୁର ଓ ଅତ୍ମାକୋଣ୍ଡା ଜଙ୍ଗଲରେ ଅପରେସନ କରିବା ସମୟରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଥିବା ସୂଚନା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଦେଇଛନ୍ତି। ଅପରେସନ ସମୟରେ ସୁରେଶ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରୁ ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର କରିଥିଲେ। ଜବତ ସାମଗ୍ରୀ ମଧ୍ୟରେ ୬ଟି ଏସବିଏମଏଲ ବନ୍ଧୁକ, ୫୦ ଖଣ୍ଡ ଜେଲେଟିନ ଷ୍ଟିକ, ଲୁହା ପାଇପ ୨୦୫ ଖଣ୍ଡ, କ୍ଲେମୋର ମାଇନ୍ସ ୨ଟି, ଟିଫିନ ବକ୍ସ ୨୦ଟି, ଆଇରନ ସ୍ପିଣ୍ଟର ୩ କେଜି, ଟିଫିନ୍ ବୋମା ୩ଟି ଓ ବ୍ଲାକ ବେଲ୍ଟ ୩ଟି ଜବତ କରାଯାଇଥିବା ଏସପି ଗୁଣ୍ଠୁପାଲି ପ୍ରକାଶ କରିଛନ୍ତି।