୨୦ ଜିଲ୍ଲାରୁ ୮୨ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩, ୩୫, ୫୪୮କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୨୦ ଜିଲ୍ଲାରୁ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯ଜଣ ଓ ସ୍ଥାନୀୟ ସଂକ୍ରମଣ ୩୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୫ ହଜାର ୫୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୫, ଅନୁଗୁଳରୁ ୯, ସମ୍ବଲପୁରରୁ ୭, ବରଗଡ଼ରୁ ୬, ଖୋର୍ଦ୍ଧା, ମୟୁରଭଞ୍ଜ, ବଲାଙ୍ଗିର ଓ କଟକରୁ ୫ ଲେଖାଏଁ, ବାଲେଶ୍ୱର, ଯାଜପୁର ଓ ଦେଓଗଡ଼ରୁ ୩ ଲେଖାଏଁ, ଗଞ୍ଜାମ, ଝାରସୁଗୁଡ଼ା, କେଉଁଝର, ପୁରୀ, ରାୟଗଡ଼ା ଓ ସୋନପୁରରୁ ୨ ଲେଖାଏଁ, ଗଜପତି,କଳାହାଣ୍ଡି ଓ ନୂଆପଡ଼ାରୁ ଜଣେ ଲେଖାଏଁ ଓ ଷ୍ଟେଟ ପୋଲରୁ ଜଣେ ରହିଛନ୍ତି।

ଅନ୍ୟପଟେ ଭୁବନେଶ୍ୱରର ଜଣେ ୮୫ ବର୍ଷୀୟା ମହିଳା କରୋନାରେ ପ୍ରାଣ ହରାଇଛନ୍ତି। ସେ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୮ଲକ୍ଷ ୪୦ ହଜାର ୭୭୨ କରୋନା ଟେଷ୍ଟ ହୋଇଥିବାବେଳେ ମୋଟ ୩ଲକ୍ଷ ୩୫ ହଜାର ୫୪୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩ଲକ୍ଷ ୩୨ହଜାର ୭୩୩ ଜଣ ସୁସ୍ଥ ହୋଇଛନ୍ତି, ୧୯୦୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୫୩ଜଣ ଚିକିତ୍ସିତ ହେଉଛନ୍ତି।