ଅବକାରୀ ଚଢ଼ଉରେ ମଦ ଜବତ, ଜଣେ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସଦର ଥାନା ଘାଟଗୁମର ଛକରେ ସଦର ଅବକାରୀ ଟିମ୍ ଚଢ଼ଉ କରି ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଘାଟଗୁମର ଗ୍ରାମର ଗୋପି ଖୋସ୍ଲା । ଅଭିଯୁକ୍ତଠାରୁ ୧୫ ଲିଟର ଦେଶୀ ରନ୍ଧା ମଦ ଜବତ କରା ଯାଇଥିବା ନେଇ ଅବକାରୀ ସଦର ଓଆଇସି ଦିଲ୍ଲୀପ କୁମାର ରଥ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ସଦର ଅବକାରୀ ଓଆଇସି ଶ୍ରୀ ରଥଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍ ଘାଟଗୁମର-କୋଲାବ୍ ରାସ୍ତାରେ ପେଟ୍ରୋଲିଂ କରୁଥିବାବେଳେ ଘାଟଗୁମର ଗ୍ରାମର ଗୋପି ଖୋସ୍ଲା ଦେଶୀ ରନ୍ଧା ମଦ ନେଇ ଯାଉଥିବା ଦେଖି ଅବକାରୀ ଟିମ୍ କାବୁ କରିଥିଲା। ଚଢ଼ଉରେ ଅବକାରୀ ଏଏସଆଇ ଅରପଲୋକ ଦାଶ, କନେଷ୍ଟବଳ ସବିତା ପୁଜାରୀ ଓ ରାମଚନ୍ଦ୍ର ଗୌଡ଼ ସାମିଲ ହୋଇଥିଲେ।