ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ମଧ୍ୟରେ ତୈଳ କମ୍ପାନୀ ସିଇଓଙ୍କ ସହ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୈଶ୍ୱିକ ତୈଳ ଓ ଗ୍ୟାସ କ୍ଷେତ୍ରର ମୁଖ୍ୟ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ରିଲାୟନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ରୋସନେଫ୍ଟର ଅଧ୍ୟକ୍ଷ ଡା.ଇଗୋର ସଚ୍ଚିନ ଓ ସଉଦୀ ଅରାମକୋର ଅଧ୍ୟକ୍ଷ ଅମୀର ନାସର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଦେଶର ଅଧିକାଂଶ କ୍ଷେତ୍ରରେ ପେଟ୍ରୋଲ ଦର ପୂର୍ବରୁ ୧୦୦ ଟପି ଯାଇଥିବାବେଳେ ଡିଜେଲ ଦର ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼, କେରଳ, କର୍ଣ୍ଣାଟକ ସମେତ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସେହି ସ୍ତରକୁ ଛୁଇଁଛି। ସ୍ଥାନୀୟ ଟ୍ୟାକ୍ସ ଆଧାରରେ ପ୍ରତ୍ୟେକ ରାଜ୍ୟରେ ତୈଳ ଦର ଭିନ୍ନ ଭିନ୍ନ ହୋଇଥାଏ।