ଭାରତ ଆସିଲେ ଦେଖାଇବାକୁ ପଡ଼ିବ ଆରଟିପିସିଆର ନେଗେଟିଭ ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଆସିବାକୁ ଚାହୁଁଥିବା ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କୁ ଏବେ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ମଧ୍ୟରେ ଅକ୍ଟୋବର ୧୮ରୁ ଘରୋଇ ଉଡ଼ାଣ ଉପରୁ କଟକଣା ହଟାଇ ଦିଆଯାଇଛି। ଏହି ଆଦେଶ ପରେ ୧୦୦ ପ୍ରତିଶତ ଯାତ୍ରୀଙ୍କ ସହ ଘରୋଇ ବିମାନ ଉଡ଼ାଣ ଭରିବ। କିନ୍ତୁ ଯାତ୍ରା ସମୟରେ ପୂର୍ବପରି କରୋନା ଗାଇଡଲାଇନ ପାଳନ କରିବାକୁ ପଡ଼ିବ।