ଅବକାରୀ ବିଭାଗ ପକ୍ଷରୁ ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ବହୁ ବେଆଇନ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଆରଏସସି-୪, ବଡ଼ପୁଟ, ପେଟାଲ ପ୍ରଭୃତି ଗ୍ରାମରେ ଚଢ଼ଉ କରି ୭୫ ଏକର ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା ୧ଲକ୍ଷ ୨୩ ହଜାର ୭୫୦ଟି ଗଞ୍ଜେଇ ଗଛକୁ କାଟି ପରେ ପୋଡ଼ି ନଷ୍ଟ କରାଯାଇଛି। ସରକାରୀ ଭାବେ ଏହାର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠ ପ୍ରକାଶ କରିଛନ୍ତି।