ଅବକାରୀ ବିଭାଗର ଚଢ଼ଉ, ୨ ହଜାର ଲିଟର ମହୁଲି ପୋଚ ନଷ୍ଟ

କୋରାପୁଟ,ଏନ୍ଏନ୍ଏସ୍: ଓଡ଼ିଶା-ଆନ୍ଧ୍ର ସୀମା ସୁଙ୍କି ଥାନା ପୁଲିସ ଦ୍ୱାରା ଆଜି ବିପୁଳ ପରିମାଣର ମହୁଲି ପୋଚ ନଷ୍ଟ କରାଯାଇଛି। ମାଓ ଉପଦୃତ ସୁଙ୍କି ଅଞ୍ଚଳର ଜଙ୍ଗଲରେ ବେଆଇନ ଭାବେ ମଦ ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିବା ସୂଚନା ପାଇ ସୁଙ୍କି ପୁଲିସ୍ ଚଢ଼ଉ କରିଥିଲା। କାଣ୍ଡିଲି ଗ୍ରାମ ନିକଟ ଜଙ୍ଗଲରେ ଚଢ଼ଉ କରି ୨ ହଜାର ଲିଟର ମହୁଲି ପୋଚ ନଷ୍ଟ କରିବା ସହ ମଦ ପ୍ରସ୍ତୁତିରେ ବ୍ୟବହୃତ ୨୨ରୁ ଊର୍ଦ୍ଧ୍ୱ ରସ ହାଣ୍ଡି ଜବତ କରିଛି। ଚୋରା ମଦ କାରବାର ରୋକିବାକୁ ପୁଲିସ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରଖିବ ବୋଲି ଜଣାପଡ଼ିଛି।