ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦ୍‌ଘାଟିତ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନ କେନ୍ଦ୍ରକୁ ଫୁଲବାଣୀ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନ ଆସନ୍ତା ୨ ମାସ ଧରି ଚାଲିବ । ଇଭିଏମ ସମ୍ପର୍କରେ ଗ୍ରାମାଞ୍ଚଳରେ ରହୁଥିବା ଭୋଟର ତଥା ନୂତନ ଭାବେ ଭୋଟ ତାଲିକାରେ ପଞ୍ଜିକୃତ ହୋଇଥିବା ଯୁବ ଭୋଟରଙ୍କୁ ସଚେତନ କରି ତାଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଏବଂ ଫୁଲବାଣୀ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଭୋଟରଙ୍କୁ ଇଭିଏମ ଓ ଭିଭିପାଟ ମାଧ୍ୟମରେ ଭୋଟ ଦାନ ପ୍ରକ୍ରିୟାରେ ସାମିଲ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୁମନ ଡୁଙ୍ଗ, ସହକାରୀ ଜିଲ୍ଲାପାଳ ବିବେକାନନ୍ଦ ସାମଲ, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରଞ୍ଜିତା ଲେଙ୍କା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ବହୁ ଭୋଟରମାନେ ଉପସ୍ଥିତ ରହି ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।