Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଏସଏସଏସସି ୱେବସାଇଟର ବୈଷୟିକ ସମସ୍ୟାକୁ ନେଇ ଆବେଦନକାରୀ ନିରାଶ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଏସଏସଏସସି ୱେବସାଇଟର ବୈଷୟିକ ସମସ୍ୟାକୁ ନେଇ ଆବେଦନକାରୀ ନିରାଶ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ବିଭିନ୍ନ ବିଭାଗରେ ପଦ ପଦବୀ ଘୋଷଣା କରିଛନ୍ତି । ଏଥିଲାଗି ଆଶାୟୀ ପ୍ରାର୍ଥୀଙ୍କୁ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ୱେବସାଇଟରେ ଆବେଦନ କରିବାର ନିର୍ଦ୍ଦେଶନାମା ଦିଆଯାଇଥିଲା । ଆୟୋଗ ପକ୍ଷରୁ ୨,୮୯୫ଟି ପଦବୀର ବିଜ୍ଞପ୍ତିକ୍ରମେ ଅମିନ, ଆରଆଇ, ଏଆରଆଇ, ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ପଦବୀ ଅନ୍ତର୍ଭୁକ୍ତ ଥିଲା । ସେହିପରି ଫାର୍ମାସୀ ଓ ହେଲ୍ଥ ୱାର୍କର ପଦବୀ ନିମନ୍ତେ ଯଥାକ୍ରମେ ୧୨୬୬ ଓ୧୫୩୧ଟି ପଦବୀ ପ୍ରକାଶ ପାଇଥିଲା । ଅମିନ ଆରଆଇ ଆଦି ପଦବୀ ଡିସେମ୍ବର ୩୦ରୁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୨୫ରେ ସମାପ୍ତ ହେବ ଏବଂ ଜାନୁଆରୀ ୩୧ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିବାର ଘୋଷଣାନାମା ଥିଲା । ସେହିପରି ଫାର୍ମାସୀ ଓ ହେଲ୍ଥ ୱାର୍କରଙ୍କ ଅନଲାଇନ ଆବେଦନ ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୬ ପର୍ଯ୍ୟନ୍ତ ଥିଲା । ଏସବୁ ଘୋଷଣା ହେବାପରେ ଦୀର୍ଘ ଦିନଧରି ଅପେକ୍ଷାରେ ଥିବା ଅନେକ ଆଶାୟୀ ପ୍ରାର୍ଥୀ ଓଏସଏସଏସସି ୱେବସାଇଟରେ ଅନଲାଇନ ଆବେଦନ କରିବାକୁ ଯାଇ ବିଫଳ ହେଉଛନ୍ତି । ଅନଲାଇନ ଆବେଦନ ସମସ୍ୟାକୁ ନେଇ ଅନେକ ଯୁବକ ଯୁବତୀ ହତାଶ ହୋଇ ପଡ଼ିଛନ୍ତି ।ଅଫିସିଆଲ୍ ୱେବସାଇଟ ସଠିକ୍ କାର୍ଯ୍ୟ କରୁନାହିଁ ବୋଲି ସେମାନଙ୍କଠାରୁ ଶୁଣିବାକୁ ମିଳୁଛି । ବୈଷୟିକ କାରଣ ଦର୍ଶାଇ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୱେବସାଇଟରେ ଆବେଦନ ପ୍ରକ୍ରିୟାକୁ ସସପେଣ୍ଡ କରିଦିଆଯାଇଛି । ତେଣୁ ସନ୍ଧ୍ୟା ୬ଟାରୁ ସକାଳ ୧୧ଟା ମଧ୍ୟରେ ଆବେଦନ କରିବାକୁ ପାର୍ଥୀଙ୍କୁ ଆୟୋଗ ତରଫରୁ ପରାମର୍ଶ ଦିଆଯାଇଥିବା ଶୁଣିବାକୁ ମିଳିଛି । ଏହି ସମସ୍ୟା ଆହୁରି ୧୫ଦିନ ଲାଗି ରହିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହି ସୀମିତ ସମୟ ଓ ୱେବସାଇଟ ଅନଲାଇନ ସମସ୍ୟା ମଧ୍ୟରେ ପାର୍ଥୀମାନେ କିପରି ନିର୍ଭୁଲ ଭାବେ ସେମାନଙ୍କ ଆବେଦନ କରିପାରିବେ ସେନେଇ ସମସ୍ୟା ହେଉଛି । ଏସବୁ ସମସ୍ୟାକୁ ନେଇ ମୁନିଗୁଡ଼ା ଜନସେବା କେନ୍ଦ୍ର ଓ ସାଇବର ସେକ୍ଟର ମାନଙ୍କରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆବେଦନକାରୀମାନେ ଭିଡ଼ ଲଗାଉଛନ୍ତି । ଏତେବର୍ଷ ପରେ ଆବେଦନ କରିବାର ସୁଯୋଗଟିଏ ମିଳିଥିଲା । ଅନେକ ଆଶାଥିଲା ଚାକିରି ଖଣ୍ଡେ ମିଳିଯିବ । ହେଲେ ଅନଲାଇନ ସମସ୍ୟା ଆଶାକୁ ପାଣିରେ ମିଲାଇଦେଲା ବୋଲି ଅନେକ ପ୍ରାର୍ଥୀ ନିରାଶ ହୋଇ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆୟୋଗ ଯଦି ଆବେଦନ ନିମନ୍ତେ ଅଧିକ ସମୟସୀମା ନିର୍ଦ୍ଧାରଣ କରନ୍ତେ ତେବେ ଅନେକ ଆଶାୟୀ ଉପକୃତ ହୁଅନ୍ତେ ।