ଟାଇଟନିୟମ ଡାଇଅକ୍ସାଇଡ ଯୁକ୍ତ ଖାଦ୍ୟକୁ ୨୦୨୨ ସୁଦ୍ଧା ବ୍ୟାନ କରିବ ୟୁରୋପ

ବେଲଜିଅମ୍,ଏଜେନ୍ସି: ୟୁରୋପରୁ ଟାଇଟନିୟମ ଡାଇଅକ୍ସାଇଡ ଯୁକ୍ତ ଖାଦ୍ୟ (ଇ୧୭୧)କୁ ବ୍ୟାନ କରିବାକୁ ୟୁରୋପ କମିସନର ସଦସ୍ୟମାନେ ପ୍ରସ୍ତାବ ଦେଇଛନ୍ତି। ଏହି ରାସାୟନିକ ତତ୍ତ୍ୱର ବ୍ୟବହାର ଦ୍ୱାରା ଖାଦ୍ୟ ଏକ ନିଶା ପାଲଟିଥାଏ। ତେଣୁ ଏପରି ଖାଦ୍ୟକୁ ୨୦୨୨ ସୁଦ୍ଧା ୟୁରୋପ ଦେଶରୁ ବ୍ୟାନ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ଚ୍ୟୁଇଙ୍ଗମ୍, ପେଷ୍ଟ୍ରି, ଫୁଡ଼୍ ସପ୍ଲିମେଣ୍ଟ, ସୁପ୍ରେ ଏହି ରାସାୟନିକ ବ୍ୟବହାର ହୋଇଥିବା ଫଳରେ ଖାଦ୍ୟ ବେଶ୍ ସ୍ୱାଦିଷ୍ଟ ହୋଇଯାଇଥାଏ।

ଏହି ଖାଦ୍ୟ ଶରୀରକୁ ଅନେକ ପ୍ରକାର କ୍ଷତି ପହଞ୍ଚାଇ ଥାଏ। ଏଥିସହିତ ଏହାର ନିରନ୍ତର ସେବନ ଜେନେଟିକ କ୍ଷେତ୍ରରେ ମଧ୍ୟ ଖରାପ ପ୍ରଭାବ ପାଇଥାଏ। ଏନେଇ ୟୁରୋପର ସ୍ୱାସ୍ଥ୍ୟ ଓ ଖାଦ୍ୟ ନିରାପତ୍ତା ବିଭାଗର ଦାୟିତ୍ୱରେ ଥିବା କମିସନର ଷ୍ଟେଲା କ୍ୟାରିଆକିଡ଼ସ ସୂଚନା ଦେଇଛନ୍ତି।