‘ରଶ୍ମି ରକେଟ’ ସେଟରେ ତାପସି ପାନୁଙ୍କ ଗୋଡରେ ଆଘାତ

ମୁମ୍ବାଇ,ଏଜେନ୍ସି: ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ତାପସି ପାନୁ ନିଜର ଆଗାମୀ ଚଳଚିତ୍ର ‘ରଶ୍ମି ରକେଟ’ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ରଶ୍ମି ରକେଟ ଷ୍ଟୋରୀ ପାଇଁ ସେ ନିଜକୁ ଶାରିରୀକ ଭାବେ ପ୍ରସ୍ତୁତ କରୁଥିଲେ। ରଶ୍ମି ରକେଟ ଫିଲ୍ମଟି ଏକ ରିଏଲ ଷ୍ଟୋରି ଉପରେ ଆଧାରିତ। ଏକ ଛୋଟ ଗାଁର ରଶ୍ମି ଯିଏ ଦୌଡରେ ଭାରତ ପାଇଁ ପଦକ ଜିତି ଗୌରବ ଆଣିଛନ୍ତି। ତେବେ ରଶ୍ମିଙ୍କ ଜୀବନରେ ଏହି ମୁହୂର୍ତ୍ତ କିଭଳି ଆସିଲା ଓ ଏଥିପାଇଁ ତାଙ୍କୁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି।

ତାପସି ଦୌଡ଼ୁଥିବା ଏକ ଭିଡିଓକୁ ସେୟାର କରିବା ସହିତ ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ସୂଚନା ଦେଇଛନ୍ତି। ଏଥିସହିତ କହିଛନ୍ତି କି ଏହି ଫିଲ୍ମ ପାଇଁ ମୁଁ ଅଧିକ ଉତ୍ସାହିତ ଏବଂ ରଶ୍ମିଙ୍କ ଜୀବନକୁ ଉପଭୋଗ କରୁଛି।