ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ: ଶଶି ଥରୁର ହେଲେ ଆଇଟି କମିଟି ମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସଂସଦୀୟ ସ୍ଥାୟୀ କମିଟିର ପୁନର୍ଗଠନ ହୋଇଛି। ୨୪ରୁ ଅଧିକ ସଂସଦ ସମିତିରେ ନୂଆ ସଦସ୍ୟଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ଆଉ କେତେକ ସମିତିର ଅଧ୍ୟକ୍ଷଙ୍କୁ ସ୍ଥିର ରଖାଯାଇଛି। ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କୁ କର୍ମଚାରୀ ଓ ଆଇନ ପ୍ୟାନେଲର ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି। ସୁଶୀଲ ମୋଦୀ ପ୍ରଥମେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ସହର ବିକାଶ ପ୍ୟାନେଲର ଅଧ୍ୟକ୍ଷ ଥିଲେ। ସେହିପରି ବିଜେପିକୁ ସଂସଦଙ୍କ ଦ୍ୱାରା ହଟାଇବାକୁ ଦାବି କରୁଥିବା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ପୁଣି ଥରେ ସୂଚନା ଓ ପ୍ରଦ୍ୟୋଗିକ ସମିତିର ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି।

ଭର୍ତ୍ତୃହରି ମହତାବ ଶ୍ରମିକ ସମିତିର ଅଧ୍ୟକ୍ଷତା କରିବେ। ବି ବିଜୟ ସାଇ ରେଡ୍ଡି ବାଣିଜ୍ୟ, କେ କେଶବ ରାଓଙ୍କୁ ଉଦ୍ଦ୍ୟେଗ, ବିନୟ ସହସ୍ତ୍ରବୁଦେ୍ଧ ଶିକ୍ଷା ଓ ଟି ଜି ଭେଙ୍କଟେଶ ପରିବହନ ପ୍ୟାନେଲର ନେତୃତ୍ୱ କରିବେ। ଜୁଏଲ ଓରାମ ରକ୍ଷା ପ୍ୟାନେଲର ନେତ୍ୱତ୍ୱ କରିବେ। ରକ୍ଷା ପ୍ୟାନେଲରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଜାରି ରହିବା ସହିତ ପିପି ଚୌଧୁରୀ ମଧ୍ୟ ବୈଦେଶିକ ପ୍ୟାନେଲର ସଦସ୍ୟତା ନିଯୁକ୍ତିରେ ପରିବର୍ତ୍ତନ ହୋଇନାହିଁ। ଜୟନ୍ତ ସିହ୍ନା ଅର୍ଥ ପ୍ୟାନେଲର ଅଧ୍ୟକ୍ଷତା କରିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିହ୍ନା ଏହାର ସଦସ୍ୟ ରହିବେ।

ସମିତିରେ ରାଜ୍ୟ ସଭାର ୧୧ ଜଣ ସଦସ୍ୟ ଓ ଲୋକ ସଭାର ୨୦ ଜଣ ସଦସ୍ୟ ରୁହନ୍ତି। ତୃଣମୂଳ କଂଗ୍ରେସର ଡେରେକ ଓ ବ୍ରାଏନଙ୍କୁ ପରିବହନ ପ୍ୟାନେଲ ଓ କଂଗ୍ରେସର ଅଭିଷେକ ସିନ୍ଧବିଙ୍କୁ ରକ୍ଷା ପ୍ୟାନେଲର ସ୍ଥାୟୀ ସମିତିକୁ ସ୍ଥାନାନ୍ତରିତ କରାଯାଇଛି। କେସି ବେଣୁଗୋପାଳଙ୍କୁ ରକ୍ଷା ପ୍ୟାନେଲର ସିନ୍ଧବିଙ୍କ ସ୍ଥାନକୁ ପଠାଯିବା ସହିତ ଗୃହ ବିଭାଗର ସ୍ଥାୟୀ ସମିତିକୁ ସ୍ଥାନାନ୍ତରିତ କରାଯାଇଛି। ମନୋଜ ଝାଙ୍କୁ ରେଲୱେରୁ ଶ୍ରମିକ ପ୍ୟାନେଲକୁ ପଠାଯାଇଛି।