ଟି-୨୦ ୱାର୍ଲ୍ଡକପ ଜିତିଲା ଇଂଲଣ୍ଡ

ମେଲବର୍ଣ୍ଣ: ଟି-୨୦ ୱାର୍ଲ୍ଡକପରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ଚାମ୍ପିୟାନ ହୋଇଛି । ମେଲବର୍ଣ୍ଣରେ ଖେଳା ଯାଇଥିବା ମ୍ୟାଚରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ୫ ୱିକେଟରେ ହରାଇ ଦେଇଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ୧୩୮ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା ।

ସୂଚନାଯୋଗ୍ୟ, ଇଂଲଣ୍ଡ ଦ୍ୱିତୀୟଥର ପାଇଁ ଟି-୨୦ ୱାର୍ଲ୍ଡକପ ଜିତିବାରେ ସଫଳ ହୋଇଛି । ଏହାପୂର୍ବରୁ ୨୦୦୭ରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇ ଟୁର୍ଣ୍ଣାମେଣ୍ଟ ନିଜ ନାଁରେ କରିଥିଲା । ୨୦୧୬ରେ ଇଂଲଣ୍ଡ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଚାମ୍ପିୟାନ ହୋଇ ପାରିନଥିଲା ।