ଏବେ କମାଇଦେବି ଫିସ୍‌: ଅକ୍ଷୟ କୁମାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ ସମିଟରେ ସାମିଲ ହୋଇ ଫିଲ୍ମ ଜଗତକୁ ନେଇ କିଛି ବଡ଼ ମନ୍ତବ୍ୟ ଦେଇଛନ୍ତି । ଏହି ଅବସରରେ ଅକ୍ଷୟ ଫିଲ୍ମରେ ଟଙ୍କା ଲଗାଣ, ଦର୍ଶକଙ୍କୁ ପସନ୍ଦ ନ ଆସିବା ଓ ନିଜ ଫିସକୁ ନେଇ ଆଲୋଚନା କରିଛନ୍ତି ।

ଅକ୍ଷୟ କୁମାର କହିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଏବେ ଜାରି ରହିଥିବା ବ୍ୟବସ୍ଥାକୁ ବଦଳାଇବାକୁ ପଡ଼ିବ ଏବଂ ପୁଣିଥରେ ଦର୍ଶକଙ୍କ ହୃଦୟ ଜିଣିବା ପାଇଁ ଆମକୁ କିଛି ନୂଆ କରିବାକୁ ହେବ । ମହାମାରୀ ସମୟରେ ଫିଲ୍ମକୁ ନେଇ ଦର୍ଶକଙ୍କ ରୁଚି ବଦଳିଛି । ଫିଲ୍ମରେ ଲାଗୁଥିବା ଟଙ୍କାକୁ ମଧ୍ୟ କମ୍ କରିବାକୁ ପଡ଼ିବ । ମୁଁ ନିଜ ଫିସ୍ ୩୦ରୁ ୪୦ ପ୍ରତିଶତ କମାଇବାକୁ ପ୍ରସ୍ତୁତ ଅଛି । ଦର୍ଶକ ଫିଲ୍ମ ହଲକୁ ନ ଆସିବା ପଛରେ ଆମେ କଳାକାର ହିଁ ଦାୟୀ ।