ଭାରତ-ଇଂଲଣ୍ଡର ତୃତୀୟ ଟେଷ୍ଟ: ୭୬ ରନରେ ହାରିଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଲର୍ଡସରେ ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତ ଇଂଲଣ୍ଡ ଠାରୁ ୭୬ ରନରେ ପରାସ୍ତ ହୋଇଛି। ଏଥିସହିତ ସିରିଜରେ ଇଂଲଣ୍ଡ ସିରିଜ ୧-୧ କରିଦେଇଛି। ଏହି ଇଂଲଣ୍ଡର ଦୃତ ବୋଲର ଓଲି ରବିନସନ ୫ଟି ୱିକେଟ ନେଇ ଇଂଲଣ୍ଡ ପାଇଁ ମ୍ୟାଚକୁ ସହଜ କରିଦେଇଛନ୍ତି। ତୃତୀୟ ଦିନ ଖେଳରେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲି ରହି ମୁକାବିଲାକୁ ରୋମାଞ୍ଚକର କରିଦେଇଥିଲେ। 

ଚତୁର୍ଥ ଦିନ ଖେଳ ଆରମ୍ଭରୁ ଚେତେଶ୍ୱର ପୂଜାରାଙ୍କୁ ରବିନସନ ଏଲବିଡବ୍ଲୁ କରିଦେଇଥିଲେ। ଏହା ପରେ ଭାରତର ଗୋଟିଏ ପରେ ଗୋଟିଏ ୱିକେଟ ଖସିବାକୁ ଲାଗିଥିଲେ। ଏଥିସହିତ ଭାରତ ସମ୍ପୂର୍ଣ୍ଣ ଖେଳାଳି ୯୯.୩ ଓଭରରେ ୨୭୮ ରନ କରି ଅଲଆଉଟ ହୋଇଯାଇଥିଲେ। ଫଳରେ ଇଂଲଣ୍ଡ ୭୬ ରନ ଲିଡରେ ବିଜୟ ହାସଲ କରିଥିଲା। ଭାରତ ତୃତୀୟ ଟେଷ୍ଟ ସିରିଜରେ ୨ଟି ରାଉଣ୍ଡ ଖେଳ ଖେଳିଥିବା ବେଳେ ଇଂଲଣ୍ଡ କେବଳ ଗୋଟିଏ ରାଉଣ୍ଡ ଖେଳି ଏବ ବଡ଼ ଲକ୍ଷ ସାମ୍ନାରେ ରଖିଥିଲା।

ଏହି ମ୍ୟାଚର ପ୍ରଥମ ଇନିସରେ ଭାରତ ଆରମ୍ଭ କରି ୭୮ ରନ କରି ଇଂଲଣ୍ଡକୁ ଲିଡ ଦେଇଥିଲା। ପରେ ଇଂଲଣ୍ଡ ପ୍ରଥମ ରାଉଣ୍ଡରେ ମୋଟ ୪୩୨ ରନ କରି ଭାରତକୁ ଏକ ବିରାଟ ଲକ୍ଷ ଦେଇଥିଲା। ପରେ ଦ୍ୱିତୀୟ ରାଉଣ୍ଡରେ ଭାରତ ୨୭୮ ରନ କରିଥିଲେ ସୁଦ୍ଧା ଇଂଲଣ୍ଡର ପ୍ରଥମ ସ୍କୋରକୁ ଛୁଇଁ ପାରିନଥିଲା। ଫଳରେ ଇଂଲଣ୍ଡ ଗୋଟିଏ ଇନିସ ଖେଳି ମ୍ୟାଚ ହାତେଇ ନେବାରେ ସଫଳ ହୋଇଛି।