ତୃତୀୟ ଲହର ପାଇଁ କେନ୍ଦ୍ର ଜାରି କଲା ଗାଇଡଲାଇନ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ଓ ତୃତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନକୁ ପାଳନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗାଇଡଲାଇନ ଅନୁସାରେ, ଯେଉଁ ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି ସେଠାରେ ସଂକ୍ରମଣ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବା ଉଚିତ। ଅଗାମୀ ପାର୍ବଣ ଋତୁରେ ଯେପରି ଭିଡ଼ ଏକତ୍ରିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବା ନିତ୍ୟାନ୍ତ ଜରୁରୀ। ଗହଳିପୂର୍ଣ୍ଣ ସ୍ଥାନରେ କରୋନା ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଟେଷ୍ଟ, ଟ୍ରାକ୍, ଟ୍ରିଟ ଓ ଭ୍ୟାକ୍ସିନେସନ ଉପରେ ଧ୍ୟାନ ଦିଆଯାଉ। ଯେଉଁ ଅଞ୍ଚଳରେ ସଂକ୍ରମଣ କମ୍ ରହିଛି ସେଠାରେ ମଧ୍ୟ ଟେଷ୍ଟିଂ ବଢ଼ାଯାଉ।  ସବୁ ରାଜ୍ୟ ସରକାର ଟିକାକରଣ ଉପରେ ଅଧିକ ଧ୍ୟାନ ଦେଇ ଅଧିକରୁ ଅଧିକ ଲୋକଙ୍କୁ ଏଥିଲାଗି ପ୍ରେରିତ କରନ୍ତୁ।