ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରସାଦ ସେବନ କଲେ ରାଷ୍ଟ୍ରପତି

ପୁରୀ,ଏନ୍‌ଏନ୍‌ଏସ୍‌: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ପ୍ରସାଦ ସେବନ କରିଛନ୍ତି । ରାଷ୍ଟ୍ରପତି ତଳେ ବସି କଦଳୀ ପତ୍ରରେ ପ୍ରସାଦ ଖାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ମଧ୍ୟ ଏକାଠି ବସି ଖାଇଥିଲେ । ଏହାର ଫଟୋ ରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍ କରାଯାଇଛି ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଏବେ ପୁରୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଏୟାରପୋର୍ଟରେ ବ୍ୟାପକ ଆୟୋଜନ କରାଯାଇଥିଲା ।