ପ୍ରଥମ ଟି-୨୦ ହାରିଲା ଭାରତ

ଅହମ୍ମଦାବାଦ, ଏଜେନ୍ସି: ଭାରତ ଓ ଇଲଂଣ୍ଡ ମଧ୍ୟରେ ହୋଇଥିବା ଟି-୨୦ ମ୍ୟାଚରେ ଭାରତ ପରାସ୍ତ ହୋଇଛି। ୮ ୱିକେଟରେ ଭ୍ରମଣକାରୀ ଦଳ ଇଂଲଣ୍ଡ ବିଜୟ ହାସଲ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୨୫ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ୧୫ ଓଭର ୩ଟି ବଲରେ ୧୩୦ରନ୍ କରି ବିଜୟ ହାସଲ କରିଛି। ଭାରତ ୨୦ ଓଭର ଖେଳି ୭ ୱିକେଟ ବିନିମୟରେ ୧୨୪ ରନ୍ କରିପାରିଥିଲା। ଦୁଇ ୱିକେଟ ହରାଇ ଇଂଲଣ୍ଡ ଏକ ସହଜ ବିଜୟ ହାସଲ କରିଛି।