ଓପିଏସ୍ ସ୍ତରରେ ୩ଜଣଙ୍କ ପଦୋନ୍ନତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶା ପୁଲିସ ସେବା(ଓପିଏସ୍) ସ୍ତରରେ ୩ଜଣ ଅଫିସରଙ୍କ ପଦୋନ୍ନତି ହୋଇଛି। ୨ଜଣଙ୍କୁ ଅତିରିକ୍ତ ଏସପି ରାଙ୍କଙ୍କୁ ପଦୋନ୍ନତି କରାଯାଇଥିବାବେଳେ, ଜଣଙ୍କୁ ଏସଏଜି ରାଙ୍କକୁ ପଦୋନ୍ନତି କରାଯାଇଛି। ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କୁ ଏସ୍ଏଜି (ସୁପରିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍) ରାଙ୍କକୁ ପଦୋନ୍ନତି କରାଯାଇଛି। ସେହିପରି ସୂବର୍ଣ୍ଣପୁର ଏସଡିପିଓ ମିହିର କୁମାର ମିଶ୍ରଙ୍କୁ ପଦୋନ୍ନତି କରାଯାଇ ପୁରୀ ଅତିରିକ୍ତ ଏସପି ଭାବେ ଅବସ୍ଥାପିତ କରାଯାଇଛି। ଏହାସହ ଅନୁଗୁଳ ଡିଏସପି ସୁରେଶ ଚନ୍ଦ୍ର ବେହେରାଙ୍କୁ ପଦୋନ୍ନତି କରାଯାଇ ଢ଼େଙ୍କାନାଳ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି।