ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ସୋପିୟାଁ ଜିଲ୍ଲାର ହାଜୀପୁର ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବର୍ଷଣ ଜାରି ରହିଛି। ସୁରକ୍ଷାବଳର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଉକ୍ତ ଅଞ୍ଚଳରେ ଏବେ ବି ଆଉ ୨ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ହାଜୀପୁର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବଳକୁ ସୂଚନା ମିଳିଥିଲା। ଫଳରେ ସୁରକ୍ଷାବଳ ପକ୍ଷରୁ ଉକ୍ତ ଅଞ୍ଚଳରେ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲ। ଅଭିଯାନ ଅନ୍ତର୍ଗତ ଘରେ ଘରେ ତଲାଶି ନିଆଯାଇଥିଲା। ଏହି ସମୟରେ ସେଓ ବଗିଚା ପାଖରେ ଥିବା ଏକ ଘରେ ତଲାଶି ପାଇଁ ସୁରକ୍ଷାବଳ ପହଂଚିବା ବେଳକୁ ଭିତରେ ଲୁଚି ରହିଥିବା ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବଳ
ମଧ୍ୟ ଗୁଳି ଚଳାଇଥିଲା।