ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। କଟକ ବୋର୍ଡ ଅଫିସରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରେଜଲ୍ଟ ପ୍ରକାଶ କରିଛନ୍ତି। ଏବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ରହିଥିବା ଜଣାପଡ଼ିଛି। ଏଥର ମୋଟ ୫ଲକ୍ଷ ୭୪ହଜାର ୧୨୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୫ଲକ୍ଷ ୬୨ହଜାର ୧୦ଜଣ ପାସ୍ ହୋଇଛନ୍ତି। ୭,୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଏଥିସହିତ ୪୪୧୨ ପିଲା ଅନୁପସ୍ଥିତ ଓ ୨୨୫୬ ପିଲାଙ୍କ ମାର୍କ ସ୍କୁଲ ଦେଇନଥିବା ଶ୍ରୀ ଦାସ କହିଛନ୍ତି।