ଓଡ଼ିଶାରେ ଚିହ୍ନଟ ହେଲା ଡେଲ୍ଟା ପ୍ଲସ ଭେରିଆଣ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪୮ଟି ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ସେଥିମଧ୍ୟରେ ମହାରାଷ୍ଟ୍ରରୁ ୨୦, ତାମିଲନାଡ଼ୁରୁ ୯, ମଧ୍ୟପ୍ରଦେଶରୁ ୭, କେରଳରେ ୩ ରହିଥିବାବେଳେ ଓଡ଼ିଶାରୁ ଗୋଟିଏ ଚିହ୍ନଟ ହୋଇଥିବା ଜଣାପଡ଼ିଛି।