ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏସଓଜି ଓ ଡିଭିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ସହିତ ମୁହାଁମୁହିଁ ହୋଇଥିଲା। ସକାଳୁ ସୁରକ୍ଷାକର୍ମୀଙ୍କୁ ଦେଖି ନକ୍ସଲମାନେ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ପାଲଟା ଜବାବ ଦେଇଥିଲେ। ଗୁଳିବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।
ଗୁଳିବିନିମୟ ପରେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଥିବା ବେଳେ ବହୁ ମାଓ ଅସ୍ତ୍ରଶସ୍ତ୍ର ପୁଲିସ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଇନସ।ସ ରାଇଫଲ, ୧୯ଟି ଗୁଳି, ୧୫ଟି ଏକେ -୪୭ ଗୁଳି, ୨ଟି ଇନସ।ସ ମାଗ।ଜିନ, ୪ଟି ମାଓ କିଟ ବ୍ୟାଗ, ୨ଟି ମ।ଗାଜିନ ପାଉଚ, ଗୋଟିଏ ଡିଜିଟାଲ କ୍ୟାମେରା ସମେତ ବହୁ ମାଓ ପୁସ୍ତିକା, ଔଷଧ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରି ପ୍ରକାଶ କରିଛନ୍ତି। ଏଥିସହ ଯେଉଁ ମାଓବାଦୀ ମାନେ ଆହତ ହୋଇଛନ୍ତି, ସେମାନେ ଆତ୍ମ ସମର୍ପଣ କଲେ ପୁଲିସ ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ଖିଲାରି ପ୍ରକାଶ କରିଛନ୍ତି।