କୋରାପୁଟ ପୌରାଞ୍ଚଳରେ ପହଞ୍ଚିଲା ବ୍ୟାଟେରି ଚାଳିତ ଗାଡି

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ପୌରାଞ୍ଚଳରେ ପହଞ୍ଚିଛି ମଇଳା ଉଠାଇବା ୧୦ ଗୋଟି ବ୍ୟାଟେରି ଚାଳିତ ଗାଡି। ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଏହି ସୂଚନା ଦେଇଛନ୍ତି। କୋରାପୁଟ ସହରରେ ଉକ୍ତ ଗାଡି ବୁଲି ମଇଳା ସଂଗ୍ରହ କରିବ ଓ ଆଗରୁ ବୁଲୁଥିବା ଗାଡି ଗ୍ରାମାଞ୍ଚଳରେ ବୁଲି ମଇଳା ଉଠାଇବ ବୋଲି ସେ ପ୍ରକାଶ କରିଛନ୍ତି। ୫ଟି ଗାଡି ଏସଏଚଜି ଓ ୫ଟି ଗାଡି କିନ୍ନରମାନଙ୍କ ଦ୍ୱାରା ପରିଚାଳନା କରାଯିବା ସହ ସେମାନଙ୍କୁ ପାରିଶ୍ରମିକ ରାଶି ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।