କୋଭିଡ ନିୟମ ଉଲ୍ଲଙ୍ଘନ କରି ୧୧ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋଭିଡ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ୧୧ ଜଣଙ୍କୁ ଝାରସୁଗୁଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ମଙ୍ଗଳବଜାର ବୁରୋମାଲ ଅଞ୍ଚଳର ଦୀପକ ପଲାଇ, ଏମ୍ଡି ଜମିଲ, ଶାହାରୁକ ଅଲି, ଜିଆଉଲ ଖାନ, ଶିବାନନ୍ଦ ୟାଦବ, ସୁରେନ୍ଦ୍ର ୟାଦବ, ପଉଲ ମଣ୍ଡଲ, ସୁନିଲ ସିଂ, ବିକାଶ କୁମାର ଗୁପ୍ତା, ଏମଡି ନିରଜ, ସନ୍ତୁ କୁମାର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବୁରୋମାଲ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରୁ ବେରିକେଟ ଭାଙ୍ଗି ବାହାରକୁ ଆସୁଥିବା ସମୟରେ ଅତିରିକ୍ତ ତହସିଲଦାର ତଥା କୋଭିଡ କମାଣ୍ଡାଣ୍ଟ ଗୋଲକ ବିହାରୀ ମଙ୍ଗରାଜ ଓ ପୁଲିସ ଦଳ ହାତରେ ଧାରପଡିଥିଲେ। କଣ୍ଟେନମେଣ୍ଟ ଜୋନ କଟକଣା ଉଲ୍ଲଙ୍ଘନ କରିଥିବାରୁ ପୁଲିସ ପକ୍ଷରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।