ସୁସ୍ଥ ହେଲେ ୨୭୯୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୪ଘଣ୍ଟାରେ ରାଜ୍ୟରେ ୨,୭୯୬ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ମୋଟ ଆରୋଗ୍ୟ ସଂଖ୍ୟା ୨,୩୨, ୯୮୮।  ଆଜିର ଆରୋଗ୍ୟଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୮୨ଚିହ୍ନଟ ହୋଇଥିଲା ବେଳେ କଟକରୁ ୧୭୯ରହିଛନ୍ତି।

ଏହାବ୍ୟତୀତ ଯାଜପୁରରୁ ୧୪୮, ଅନୁଗୁଳରୁ ୧୩୫, ପୁରୀରୁ ୧୨୭, ନବରଙ୍ଗପୁରରୁ ୧୨୦, ବାଲାଙ୍ଗିରରୁ ୧୦୭, ସମ୍ବଲପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୨, ବରଗଡ଼ରୁ ୯୭, ନୂଆପଡ଼ାରୁ ୯୭, ମୟୂରଭଞ୍ଜରୁ ୯୬, ସୁନ୍ଦରଗଡ଼ରୁ ୭୭, କଳାହାଣ୍ଡିରୁ ୭୬, ବାଲେଶ୍ୱରରୁ ୭୫, ସୋନପୁରରୁ ୭୧, ଜଗତସିଂହପୁରରୁ ୫୨, କନ୍ଧମାଳରୁ ୫୦, କୋରାପୁଟରୁ ୪୭, ଭଦ୍ରକରୁ ୪୨, କେନ୍ଦୁଝରରୁ ୪୧, ମାଲକାନଗିରିରୁ ୪୧, ନୟାଗଡ଼ରୁ ୩୭, ଗଞ୍ଜାମରୁ ୩୪, ଢ଼େଙ୍କାନାଳରୁ ୩୩, ଝାରସୁଗୁଡ଼ାରୁ ୩୧, ଦେବଗଡ଼ରୁ ୧୭, ଗଜପତିରୁ ୧୭, ବୌଦ୍ଧରୁ ୫, ରାୟଗଡ଼ାରୁ ୪ ଓ ଷ୍ଟେଟ୍ପୁଲରୁ ୧୫୦ ଆରୋଗ୍ୟ ଲାଭ କରିଛନ୍ତି।