ବନପାଳ ଦାଶରଥୀ ସାହୁଙ୍କ ପରଲୋକ

ବାରିପଦା, ଏନ୍ଏନ୍ଏସ୍: ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଡ୍ୟୁଟି କରୁଥିବା ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ସାହୁ ପ୍ରଥମେ ପଜିଟିଭ ଚିହ୍ନଟ ପରେ ସେ ହୋମ ଆଇସୋଲେସନରେ ରହିଥିଲେ । ତାଙ୍କର ମଧୁମେହରୋଗ ଥିବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲୁ ସ୍ଥାନାନ୍ତର କରାଯାଇଥିବାବେଳେ ସୋମବାର ସକାଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ମୃତ ଦାଶରଥୀଙ୍କ ଘର ମାନିଙ୍ଗ କଲୋନୀରେ । ଖବରପାଇ ରେଞ୍ଜର ଘନଶାମ ସିଂ, ବନପାଳ ସୁଶାନ୍ତ ବାଗ, ବନପାଳ ପ୍ରଶାନ୍ତ ସିଂସାମନ୍ତ, ବନପାଳ ଶିରିଶ ଦଳେଇ, ବନପାଳ ହିମାଂଶୁ ମହାନ୍ତଙ୍କ ସମେତ ସମସ୍ତ ବନରକ୍ଷୀ, କର୍ମଚାରୀ, ପାରାବନକର୍ମଚାରୀ ଶୋକବ୍ୟକ୍ତ କରିଛନ୍ତି।