୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଅମ୍ଵାଭୋନା ବ୍ଲକ୍ ଗଙ୍ଗେଇ ଗ୍ରାମରୁ ୫୦୦ମି ଦୂରରେ ଥିବା ଯୋଗେଶ୍ଵର ଦୁଆନଙ୍କ ଧାନ କ୍ଷେତରେ ଏକ ଦନ୍ତାହାତୀର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ହାତୀଟି ଧାନ କ୍ଷେତକୁ ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ବେଳେ ସେଠାରେ ବାରହା ପାଇ କରେଣ୍ଟ ବାଡ଼ ବିଛାଯାଇଥିଲା।

ଏହି ସମୟରେ ହାତୀଟି ଏହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ସେଠାରେ ତା’ର ମୃତ୍ୟୁ ହୋଇଛି। ଏ ନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେଇଛନ୍ତି।