କଳାହାଣ୍ଡି,ଏନ୍ଏନ୍ଏସ୍: କେସିଙ୍ଗା ବନ ଅଧିକାରୀ ଦୀନବନ୍ଧୁ ମେହେରଙ୍କ ବଲାଙ୍ଗିର ସ୍ଥିତ ଘର ଏବଂ କେସିଙ୍ଗାସ୍ଥିତ କାର୍ଯ୍ୟଳୟ ଓ ସରକାରୀ ବାସଭବନରେ ଆଜି ଭୋରରୁ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ତେବେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ବଲାଙ୍ଗିରରୁ ଶ୍ରୀ ମେହେରଙ୍କୁ ଭିଜିଲାନ୍ସ ବିଭାଗ କେସିଙ୍ଗା ଆଣି ତାଙ୍କ କାର୍ଯ୍ୟଳୟ ଓ ସରକାରୀ ବାସଭବନର ଖାନ ତଲାସ କରିଥିବା ଜଣାଯାଇଛି।

