ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ବଲାଙ୍ଗିର/ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସିଙ୍ଗଖମନ ନିକଟସ୍ଥ ରତାଖଣ୍ଡୀ ଗାଁ ପାଖରେ ହାତୀର ମୃତ ଦେହ ଠାବ ହୋଇଛି। ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଥିବାବେଳେ ଏହା ହତ୍ୟା ସନ୍ଦେହ ହେଉଛି। ତେବେ କିଏ ଓ କାହିଁକି ହାତୀକୁ ହତ୍ୟା କଲା ତାହା ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଏନେଇ ବଲାଙ୍ଗିର ଡିଏଫଓ ସମୀର ଶତପଥୀଙ୍କୁ ପଚାରିବାରୁ ରିପୋର୍ଟ ଆସିଲା ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି କହିଛନ୍ତି।