ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ସର୍ବାଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟୁଇଟ ଅନୁସାରେ ଆଜି ୪୭୬୧ ଜଣ କରୋନାକୁ ପରାସ୍ତ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୯୩କୁ ବୃଦ୍ଧି ପାଇଛି।
ସୂଚନା ଅନୁସାରେ ଆଜି ଖୋର୍ଦ୍ଧାରୁ ସବୁଠୁ ଅଧିକ ୧୧୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୧୧, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡ଼ରୁ ୧୬୭, ଯାଜପୁରରୁ ୧୪୨, ବରଗଡ଼ରୁ ୧୪୧, ବାଲେଶ୍ୱରରୁ ୧୩୭, ନବରଙ୍ଗପୁରରୁ ୧୧୪, ପୁରୀରୁ ୧୦୯, ଜଗତସିଂହପୁରରୁ ୧୦୩, ସୋନପୁରରୁ ୧୦୩, କୋରାପୁଟରୁ ୧୦୨, ଅନୁଗୁଳରୁ ୧୦୧, ଢ଼େଙ୍କାନାଳରୁ ୯୮, କଳାହାଣ୍ଡିରୁ ୯୭, ଝାରସୁଗୁଡ଼ାରୁ ୯୨, ସମ୍ବଲପୁରରୁ ୯୧, କେନ୍ଦୁଝରରୁ ୯୦, କନ୍ଧମାଳରୁ ୮୯, କେନ୍ଦ୍ରାପଡ଼ାରୁ ୮୯, ଭଦ୍ରକରୁ ୮୬, ମାଲକାନଗିରିରୁ ୬୬, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୬୧, ଗଞ୍ଜାମରୁ ୫୬, ନୂଆପଡ଼ାରୁ ୫୩, ରାୟଗଡ଼ାରୁ ୫୧, ନୟାଗଡ଼ରୁ ୪୨, ଦେବଗଡ଼ରୁ ୧୬ ଓ ଗଜପତିରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୫୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।