ଦିଲ୍ଲୀ ପରେ ଗୁଜରାଟରେ ୮୦୦ ଟଙ୍କା ହେଲା ଆରଟି-ପିସିଆର ଟେଷ୍ଟର ମୂଲ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପରେ ଏବେ ଗୁଜରାଟ ସରକାର ପ୍ରାଇଭେଟ ଲ୍ୟାବରେ ଆରଟି-ପିସିଆର ଟେଷ୍ଟ ୧୫୦୦ରୁ ଘଟାଇ ୮୦୦ ଟଙ୍କା କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିର୍ଦ୍ଦେଶରେ ସରକାରଙ୍କ କୋର୍ ଟିମ୍ ଯାଞ୍ଚ ମୂଲ୍ୟ କମ୍ କରିବାର ପଦକ୍ଷେପ ନେଇଛନ୍ତି। ଯାଞ୍ଚ କିଟର ଦର କମିଯାଇଥିବାରୁ ରାଜ୍ୟ ସରକାର ଲୋକଙ୍କୁ ଏହି ସୁବିଧା ଉପଲବ୍ଧ କରାଇବାର ନିର୍ଣ୍ଣୟ ନେଇଥିବା ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନିତୀନ ପଟେଲ କହିଛନ୍ତି। ଆଉ ଘରକୁ ଯାଇ ନମୁନା ସଂଗ୍ରହ କଲେ ଯାଞ୍ଚର ମୂଲ୍ୟ ୧୧୦୦ ଟଙ୍କା ରହିବ ବୋଲି କହିଛନ୍ତି।